ବିଭାଗୀୟ ଅବହେଳା ଓ ପକ୍ଷପାତିତା ବିରୁଦ୍ଧରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ବିଶାଳ ଆନ୍ଦୋଳନ
ଭୁବନେଶ୍ବର ୦୯, ୦୭--- ଓଡିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟ ରେ କୃଷକ ଓ କୃଷିର ବିକାଶ ନିମନ୍ତେ ଅକ୍ଳାନ୍ତ
ପରିଶ୍ରମ କରୁଥିବା ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ନ୍ୟାୟୋଚିତ ଦାବି ପୁରଣରେ ରାଜ୍ୟ କୃଷି ବିଭାଗର ଚରମ
ଅବହେଳା ପ୍ରତିବାଦରେ ସାରା ଓଡିଶାର ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି । ନ୍ୟାୟୋଚିତ
ଦାବି ପୁରଣରେ ଅଯଥା କାଳକ୍ଷେପଣ ଓ ପାତର ଅନ୍ତର ତଥା ହେୟ ମନୋଭାବ କୁ ପରିହାର କରି କ୍ୟାଡର
ପୁନର୍ଗଠନ ପ୍ରସ୍ତାବ କୁ ମଞ୍ଜୁରୀ ନିମନ୍ତେ ବିହିତ ପଦକ୍ଷେପ ନେବାରେ ତାଳ ଟୁଳ ନୀତି, ଗ୍ରାମ୍ୟ କୃଷି କର୍ମଚାରୀ
ପଦବୀ ର ନାମ ପରିବର୍ତ୍ତନ, ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆନୁଷଙ୍ଗିକ ସହାୟତା , ଠିକା ସମୟ କୁ ଚାକରି
କାଳ ଭାବେ ଗ୍ରହଣ କରି ଛଅଟି ନୋସନାଲ ଇନକ୍ରୀମେଣ୍ଟଦେବା, ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ
ସ୍ନାତକ ଓ ଗ୍ରେଡ ପେ 4200 ପ୍ରଦାନ ପାଇଁ ଦୀର୍ଘ ୨ ମାସ ଧରି ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ତୁହାକୁ
ତୁହା ଆବେଦନ ନିବେଦନ କରି ଆସୁଥିଲେ ମଧ୍ୟ ବିଭାଗ ଏଠି ପ୍ରତି ସାମାନ୍ୟ ସହାନୁଭୁତିଶୀଳ ନ ହେବା
ପ୍ରତିବାଦରେ ଗତ 7, 02,2024 ରିଖ ଠାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଆଧାରରେ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ
ସଂଘ ଆନ୍ଦୋଳନ ଚଳାଇ ଆସୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟରେ ନିଜ ମୋବାଇଲ ବ୍ୟବହାର କୁ
ପ୍ରତ୍ୟାହାର କରିବା ପରେ ଗତ 13.07.2024 ରିଖ ଠାରୁ ସମସ୍ତ ଜିଲ୍ଲାରେ କର୍ଜ୍ୟବନ୍ଦ କରି ଜିଲ୍ଲା ମୁଖ୍ୟ କୃଷି
ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା , ତା ସତ୍ତ୍ଵେ ବି ବିଭାଗ ଦାବି ପୂରଣ ଦିଗରେ
ସାମାନ୍ୟତମ ଆଗ୍ରହ ପ୍ରକାଶ ନ କରିବାରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୃଷି ଭବନ ଓ ଲୋୟର ପି ଏମ୍ ଜି
ଗାନ୍ଧୀ ମାର୍ଗ ଠାରେ ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଘେରାଉ ଓ ଧାରଣା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି ।