୮ ଓ ୧୪ ନମ୍ବର ୱାର୍ଡରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର ମହାନଗର ନିଗମର ୮ ଓ ୧୪ ନମ୍ବର ୱାର୍ଡରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନୀଳାଦ୍ରି ବିହାର ସ୍ଥିତ ବୋପବନ୍ଧୁ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୂଖୀ ଯୋଜନା ସମ୍ବନ୍ଧରେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ମତ୍ସ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, କର୍ପୋରେଟର ମୋନାଲିସା ସାହୁ, ଲାଲମୋହନ ଟୁଡୁ, ଜୋନାଲ ଡେପୁଟି କମିଶନର ଶଶୀଭୂଷଣ ମହାପାତ୍ର, ଡେପୁଟି କମିଶନର ପ୍ରିୟଦର୍ଶନୀ ଜେନା, ବରି ଅଧିକାରୀ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିକାଶ ଧାରା ଜାରି ରହିଛି । ଓଡିଶା ଆଜି ବିକାଶର ପାହାଡ ଉପରେ ଠିଆ ହୋଇଛି ।
ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଆଦର୍ଶ ପାଇଁ ସମ୍ଭବ ହୋଇପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏଲଇଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ପ୍ରଦର୍ଶିତ କରାଯାଇ ସଚେତନ କରାଯାଇଥିଲା । ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।