ପୁରୁଣା ପେନ୍ସନ୍ ଲାଗୁ ପାଇଁ ଭୁବନେଶ୍ଵରରେ ମହାସମାବେଶ
ଭୁବନେଶ୍ୱର, ତା ୧୫୮୨ : ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍ସନ୍ ଲାଗୁ କରିବା ନିମନ୍ତେ ଆଜି
ତା୧୫.୦୨.୨୦୨୪ ରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରଠାରେ “ ପୁରୁଣା ପେନ୍ସନ୍ ପାଇଁ ଜାତୀୟ ଆନ୍ଦୋଳନ”
(ଏନ୍.ଏମ୍.ଓ.ପି.ଏସ୍.), ଓଡ଼ିଶା ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପୁରୁଣା ପେନ୍ସନ୍ ତୁରନ୍ତ ଓଡ଼ିଶାରେ
ଲାଗୁ କରିବା ପାଇଁ ନହେଲେ ଆସନ୍ତା ରବିବାର ପୁରୁଣା ପେନ୍ସନ୍ ମହାସମାବେଶରେ ଓଡ଼ିଶାରେ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବା
ପାଇଁ ସଂଗଠନ ତରଫରୁ ସଭାପତି ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସବୁ କର୍ମଚାରୀ ସଂଗଠନମାନଙ୍କୁ ଅନୁରୋଧ କରିଛନ୍ତି
କରିଛନ୍ତି |
କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍ସନ୍ ଉଚ୍ଛେଦ କରି ନୂତନ ପେନ୍ସନ୍
ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରୀ କରି ଅବସର ପରେ ୧୦୦୦
ରୁ ୨୦୦୦ ଟଙ୍କା ପେନ୍ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍ସନ୍
ପୂର୍ବପରି ପାଉଛନ୍ତି । ଏବେ ସିକିମ୍ ରାଜ୍ୟର କର୍ମଚାରୀଙ୍କ ପାଇଁ ଏନ୍.ପି.ଏସ୍. କିମ୍ବା ଓ.ପି.ଏସ୍. ଭିତରୁ ଗୋଟିଏ ଚୟନ କରିବା ପାଇଁ
କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ
ପେନ୍ସନ୍ ଉପରେ ଅନୁଧ୍ୟାନ କରାଯାଇଛି । ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ
ନୁହେଁ ଆମକୁ ଅବିକଳ ପୁରୁଣା ପେନ୍ସନ୍ ଦରକାର । ଏଥୁମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ
ହିମାଚଳ ପ୍ରଦେଶ, ସିକିମ୍ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍ସନ୍ ଲାଗୁ କରିଛନ୍ତି |