NRCWD ଦ୍ୱାରା ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିଅମରେ ଆୟୋଜିତ ହୋଇଯାଇଛି ବରିଷ୍ଠ ନାଗରିକ ଦିବସ ଆଇ ଡି ଓ ପି -୨୦୨୪ ଉତ୍ସବ
ଯାହାର ବିଷୟ ବସ୍ତୁ ରହିଥିଲା ,ସମ୍ମାନର ସହିତ ବାର୍ଦ୍ଧକ୍ୟ,ବିଶ୍ୱ ବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ଏବଂ ସମର୍ଥନ ପ୍ରଣାଳୀକୁ ମଜବୁତ କରିବାର ଗୁରୁତ୍ୱ |
ପ୍ରଥମେ ସମ୍ମାନୀୟ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ ଉତ୍ସବ ର ଶୁଭାରମ୍ଭ କରାଯାଇଥିଲା | ଏହାପରେ NRCWD ର ପରାମର୍ଶଦାତା ଶ୍ରୀଯୁକ୍ତ ନାଗେଶ୍ୱର ପଟନାୟକଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ ପରେ ପରେ RRTC -NRCWD ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସରମିଲି ପରିଡାଙ୍କ ଦ୍ୱାରା RRTC -IPSr .C ଉପରେ ଏକ ପିପିଟି ଉପସ୍ଥାପନା କରାଯାଇଥିଲା |ଏହା ପରେ ପରେ ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯାଇଥିଲା | ଅତିଥି ମାନେ ସମାଜ ରେ ବରିଷ୍ଠ ନାଗରିକ ମାନଙ୍କ ଅବଦାନ ,ସମାଜ କୁ ସେମାନେ ଅନେକ କିଛି ଦେଇଛନ୍ତି ରାଷ୍ଟ୍ର ର ବିକାଶ ହେଉ କିମ୍ବା ଦେଶର ବିକାଶ ହେଉ ସେମାନଙ୍କର ଅବଦାନ ଅତୁଳନୀୟ ଯାହା ସମାଜ କେବେବି ଭୁଲି ପାରିବନି ବୋଲି ନିଜ ଅଭିଭାଷଣରେ କହିଥିଲେ |ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ,ମାନନୀୟ ବାଚସ୍ପତି ସୁରାମ ପାଢ଼ି ଶିକ୍ଷା ତଥା ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଦିତ୍ୟ ବାହିନୀ ଗୋବର୍ଧନ ପୀଠ ପୁରୀ ର ସଭାପତି ପଣ୍ଡିତ ମାତୃପ୍ରସାଦ ମିଶ୍ର ଶ୍ରୀ ବିଷ୍ଣୁପଦ ସେଠି ,ପ୍ରମୁଖ ଉପସ୍ଥିତ ଥିଲେ,| NRCWD ର ପ୍ରତିଷ୍ଠାତା ତଥା ସମ୍ପଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ପରିଡା ଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା |