ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକସଙ୍ଘର ସୁବର୍ଷ ଜୟନ୍ତୀ ପାଳିତ
ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘ ପଚାଶ ବର୍ଷରେ ପଦାର୍ପଣ କରିଛି । ଆଜି ଭୁବନେଶ୍ବର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅର ପ୍ରେଖ୍ୟାଳୟରେ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିଛି । ଓଡିଶାର ସର୍ବ ପୁରାତନ ଶ୍ରମିକ ସଂଗଠନ ଭାବେ ବିଦ୍ୟୁତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଦୀର୍ଘ ପଚାଶ ବର୍ଷ ଧରି ମହାସଂଘ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଛି । ଏହି କାର୍ଯ୍ୟକ୍ରମକୁ ସଂଗଠନର ପ୍ରଥମ ସଭାପତି ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥ୍ ଏବଂ ଗ୍ରୀଡ଼କୋର ପୂର୍ବତନ ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ସଂଗଠନର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଅତିଥ୍ ମାନଙ୍କ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ସାଧାରଣ ସମ୍ପାଦକ ଜଗନ୍ନାଥ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀବତ୍ସ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟୁତ ଉପଭୋକ୍ତା ମାନଙ୍କ ସ୍ବାର୍ଥର ସୁରକ୍ଷା ଏବଂ ସଂସ୍କାର ତଥା ସୁଧାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା 20 ଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ଇତ୍ୟବସରରେ ସମ୍ବଦ୍ଧିତ କରାଯାଇଥିଲା । ମହାସଂଘର ଉନ୍ନତି ତଥା ସମସ୍ୟା ସମାଧାନ ପାଇଁ ଅବଦାନ ଥିବା ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଙ୍ଘର 30 ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମଗ୍ର ରାଜ୍ୟର କୋଣ ଅନୁକୋଣରୁ ମହାସଂଘ ର ପ୍ରାୟ 600 ରୁ ଉଦ୍ଧ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ପ୍ରାରମ୍ଭରେ ମହାସଂଘର କର୍ମକର୍ତ୍ତା ମାନେ ଓପି ଟି ସି ଏଲ ଅଫିସ ଠାରୁ ଏକ ଶୋଭାଯାତ୍ରା ରେ ଇଙ୍ଗି, ଚ୍ୟୁଟ ଅଫ ଇଞ୍ଜିନିଅର ପର୍ଯ୍ୟନ୍ତ ଆସିଥିଲେ ।