ଓଡିଶା ଆସିଛନ୍ତି ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ :- କଳାଧନ ସମ୍ପର୍କିତ ତଥ୍ୟ ମିଟିଂରେ କରିବେ ସମୀକ୍ଷା
ଭୁବନେଶ୍ୱର : ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଜଷ୍ଟିସ ପଶାୟତ ଓଡ଼ିଶାରେ ପହଁଚିବା ମାତ୍ରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସାରିଛନ୍ତି । ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ପାଇଁ ଗଠିତ ସ୍ୱତନ୍ତ୍ର କମିଟି ସହ ଆଜି ଅପରାହ୍ଣରେ ଏକ ବୈଠକ କରିବାର ବ୍ୟବସ୍ଥା ଥିଲା । ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରିଛନ୍ତି । ଏହି ବୈଠକରେ ରତ୍ନଭଣ୍ଡାର କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସଂପର୍କରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି । ଏନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତା ୧୧ ତାରିଖରେ ଜଷ୍ଟିସ ଅରିଜିତ ପଶାୟ କଳାଧନ ସଂପର୍କିତ ବୈଠକରେ ସମୀକ୍ଷା କରିବେ । ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ଏହି ପରିପ୍ରେକ୍ଷୀରେ ଉକ୍ତ ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ବୈଠକରେ ୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କେଉଁ ପଦକ୍ଷେପମାନ ଗ୍ରହଣ କରାଯିବ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସେ ସମ୍ପର୍କିତ ଆଲୋଚନା ହେବ ।