୨୦ ଫେବ୍ରୁଆରୀ,ନବ ନିର୍ମିତ ଚଳଚ୍ଚିତ୍ର ‘ତ୍ରିକନ୍ୟା’ର ଟ୍ରେଲର ଓ ଅଡିଓ ରିଲିଜ୍

୨୦ ଫେବ୍ରୁଆରୀ,ନବ ନିର୍ମିତ ଚଳଚ୍ଚିତ୍ର ‘ତ୍ରିକନ୍ୟା’ର ଟ୍ରେଲର ଓ ଅଡିଓ ରିଲିଜ୍
୨୦ ଫେବ୍ରୁଆରୀ,ନବ ନିର୍ମିତ ଚଳଚ୍ଚିତ୍ର ‘ତ୍ରିକନ୍ୟା’ର ଟ୍ରେଲର ଓ ଅଡିଓ ରିଲିଜ୍

ଓଡ଼ିଶାର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ 

ଆଗାମୀ ୨୦୨୪, ମଙ୍ଗଳବାର ଦିନ ସର୍ବଭାରତୀୟ ସ୍ତରରେ ନବ ନିର୍ମିତ ଚଳଚ୍ଚିତ୍ର ‘ତ୍ରିକନ୍ୟା’ର ଟ୍ରେଲର ଓ ଅଡିଓ

ରିଲିଜ୍ କରିବାକୁ ଯାଉଛି । ଅତୀତରେ ହାକିମ ବାବୁ, ପୁଅ ମୋର କଳା ଠାକୁର, ତୁଳସୀ ଅପା,ବ୍ଲକବଷ୍ଟର

ଗ୍ୟାଙ୍ଗସ୍ ଅଫ୍ ପୁରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରତୀକ୍ଷାର ନିର୍ମାତା ଅମୀୟ ପଟ୍ଟନାୟକ

ୱେବ୍ ସିରିଜ୍

ପ୍ରଡକ୍ସନ୍ସର ଏକ ବହୁ ପ୍ରତୀକ୍ଷିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ‘ତ୍ରିକନ୍ୟା’ ଆଗାମୀ ୮ ମାର୍ଚ୍ଚ, ୨୦୨୪ ବିଶ୍ଵ ମହିଳା

ଦିବସ ଅବସରରେ ସମଗ୍ର ଓଡିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।

‘ତ୍ରିକନ୍ୟା’ ତିନୋଟି କନ୍ୟାର କାହାଣୀ। ସେ ଝିଅ ହୋଇପାରେ, ମା ହୋଇ ପାରେ, ସ୍ତ୍ରୀ ବା

ପ୍ରେମିକା ହୋଇପାରେ । ପ୍ରଫେସର ସୁକାନ୍ତ ପତ୍ନୀଙ୍କ ଆକସ୍ମିକ ମୃତ୍ୟୁ ପରେ ହୋଇଯାଇଛନ୍ତି ଏକୁଟିଆ ।

ଦେହର ଆବଶ୍ୟକତା ପୂରଣ ପାଇଁ ସାଥ୍‌ଟିଏ ଆଣିଛନ୍ତି । ଆଉ ସେ ସାଥ୍ ହେଲା ରୋବୋଟିକ କଣ୍ଢେଇ

ସୁମନ । ସତେଇଶ ବର୍ଷର ଶୈଳଜା ନିଜ ମଦ୍ୟପ ସ୍ଵାମୀର ଅତ୍ୟାଚାରରେ ଅତିଷ୍ଠ ହେଲା ବେଳକୁ, ତା

ଜୀବନରେ ଆସିଛି ଆଉ ଜଣେ ପୁରୁଷ । ତିରିଶ ବର୍ଷର ବିଦ୍ୟା ବିବାହର ପାଂଚ ବର୍ଷ ପରେ ବି ମାଆ ହୋଇ

ପାରିନି । ନିଜେ ସନ୍ତାନ ଜନ୍ମ କରିବାକୁ ସକ୍ଷମ ଥାଇ ମଧ୍ୟ ତାକୁ ସହି ବାକୁ ପଡ଼ୁଛି ଅନେକ ଗଂଜଣା ।

ସୁମନ, ଶୈଳଜା ଓ ବିଦ୍ୟାର କାହାଣୀ ‘ତ୍ରିକନ୍ୟା’ ।

ଚଳଚ୍ଚିତ୍ର ‘ତ୍ରିକନ୍ୟା’ ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍‌ ବ୍ୟାନର ଦ୍ଵାରା ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ

ଓ ନିର୍ଦ୍ଦେଶିତ । ଉଭୟ ବ୍ୟବସାୟିକ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର କ୍ଷେତ୍ରରେ ଅମୀୟ ପଟ୍ଟନାୟକ

ପ୍ରଡକ୍ସନ୍ସ ଓଡିଶାରେ ଅନ୍ୟତମ ମାଇଲସ୍ତମ୍ଭ ସ୍ଥାପନ କରିଛି । ହାକିମ ବାବୁ, ପୁଅ ମୋର କଳା ଠାକୁର, ଚକା

ଆଖ ସବୁ ଦେଖୁଚି, ଆସୁଛି ମୋ କାଳିଆ ସୁନା ସହିତ, ପ୍ରଥମ ଓଡିଆ ବାୟୋପିକ୍ ତୁଳସୀ ଅପା ଅମୀୟ

। ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ପ୍ରତୀକ୍ଷା

୨୦୨୩ର ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ । ଇଣ୍ଡିଆନ ଫିଲ୍ମ ପାନୋରମା

ଫେଷ୍ଟିଭାଲରେ ବି ପ୍ରତୀକ୍ଷା ମନୋନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ପଟ୍ଟନାୟକ ପ୍ରଡକ୍ସନ୍ସର ଶ୍ରେଷ୍ଠତମ ଅବଦାନ

-

ଚଳଚ୍ଚିତ୍ର ‘ତ୍ରିକନ୍ୟା’ର ପ୍ରମୁଖ ଭୂମିକାରେ ଅଛନ୍ତି ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ଅମନ, ତୃପ୍ତି

ସିହ୍ନା, ପ୍ରିୟା ପାତ୍ର, ସୁକାନ୍ତ ରଥ, ନିଭି, ସିଜନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମଜିଠିଆ ଓ ପାର୍ଥସାରଥୀ ରାଏ ।

ଚଳଚ୍ଚିତ୍ର ‘ତ୍ରିକନ୍ୟା’ର କାହାଣୀ,ଚିତ୍ରନାଟ୍ୟ ଏବଂ ସଂଳାପ ଲେଖୁଛନ୍ତି ମାନସ ପଢ଼ିଆରୀ । କ୍ୟାମେରାରେ

ଦୀପକ କୁମାର ଥିଲାବେଳେ, ସଙ୍ଗୀତ ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଓ ଶ୍ରୀକାନ୍ତ ପଣ୍ଡା । ଏହି ଚଳଚ୍ଚିତ୍ରରେ

ସଂଚିତା,

ସମୁଦାୟ ତିନିଟି ଗୀତ ରହିଛି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡି.ଅଭିଷେକ ,

ଅବିନାଶ ଦାଶ, ଓ ଅନ୍ତରା । ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ

ପଣ୍ଡା ।