ସ୍ବାସ୍ଥ୍ୟ ବିଭାଗରେ ଚୁକ୍ତିଭିରିରେ ନିଯୁକ୍ତ ଦଶ ହଜାର ପାଞ୍ଚ ଶହ ଠିକା କର୍ମଚାରିଙ୍କର ଚାକିରୀ ନିୟମିତ କରିବା ପାଇଁ ଦୃଢ଼ ଦାବୀ
ସ୍ବାସ୍ଥ୍ୟ ବିଭାଗରେ ଚୁକ୍ତିଭିରିରେ ନିଯୁକ୍ତ ଦଶ ହଜାର ପାଞ୍ଚ ଶହ ଠିକା କର୍ମଚାରିଙ୍କର ଚାକିରୀ ନିୟମିତ କରିବା ପାଇଁ ଦୃଢ଼ ଦାବୀ
ଭୁବନେଶ୍ୱର – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଚୁକ୍ତି ଭିତିକ ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣା ଓ ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତିକୁ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଦୃଢ଼ ସମର୍ଥନ ସହିତ ସ୍ବାଗତ କରୁଛି। କିନ୍ତୁ ଦୁଃଖ ଏବଂ ପରିଚାପର ବିଷୟ ଏହିକି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିଟେସି ଯୋଜନାକୁ ଦୀର୍ଘ ୧୫ ବର୍ଷ ଧରି ସଫଳ ରୂପାୟନ ସହିତ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଏକ ଦୃଢ଼, ଉନ୍ନତ ଓ ପ୍ରଗତିଶୀଳ କରାଇ ଅସୁଥିବା ଦଶ ହଜାର ଚୁକ୍ତିଭିଭିକ ଠିକା କର୍ମଚାରୀ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହୋଇଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିଶନ, ରାଜ୍ୟ ଏବଂ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ, ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ, SHAS ଇତ୍ୟାଦି ଯୋଜନାରେ କାର୍ଯ୍ୟ କରୁଥିବା ପ୍ରାୟ 2400 ଜଣ ଆୟୁଷ ଡାକ୍ତର, 4700 ଅଣ-ଚିକିତ୍ସା ଜନ ସ୍ଵାସ୍ଥ୍ୟ ମ୍ୟାନେଜମେଣ୍ଟ କର୍ମଚାରୀ, 180 ଜଣ ଷ୍ଟାଫ ନର୍ସ, 410 ଜଣ ଫର୍ମାଶିଷ୍ଟ, 416 ଜଣ ଏଏନଏମ, 42 ଜଣ ଡ୍ରାଇଭର, 128 ଜଣ ଲାବରେଟୋରି ଟେକ୍ନିସିଆନ, 359 ଜଣ ଏଚ ଆଇଭି କାଉନସିଲର, 135 ଜଣ SHAS ର କର୍ମଚାରୀ ଓ 150 ରୁ ଉର୍ଡ଼ ଆଲାଏଡ଼ ହେଲଥ ପ୍ରଫେସନାଲ କର୍ମଚାରୀ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର, ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ନିର୍ଦ୍ଦେଶଲୟ ଓ ବିଭାଗରେ ଏଗାର ମାସିଆ ଚୁଲିଭିଭିରେ ନିଯୁକ୍ତ ପାଇଛନ୍ତି। ନିକଟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟରତ ଥିବା ପାଞ୍ଚ ହଜାର ପରାମେଡିକାଲ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ କରିଛନ୍ତି | ମାତ୍ର ଆମ୍ଭେମାନେ ଏ ସବୁ ସୁବିଧାରୁ ବଞ୍ଚିତ ରହିବା ସହିତ କେବଳ ଅଳ୍ପ କେଇଟଙ୍କା ବେତନ ଦେଇ ସରକାର ଆମକୁ ଦୀର୍ଘ 15 ବର୍ଷ ଧରି ଶୋଷଣ କରିଚାଲିଛନ୍ତି । ବିଭନ୍ନ କାର୍ଯ୍ୟକ୍ରମ ଆମ ମାନଙ୍କ ଦ୍ବାରା କରାଇ ସରକାର ଭଚ୍ଚ ପ୍ରଶଂସିତ ହେଉଛନ୍ତି।
ନିକଟରେ ରାଜସ୍ଥାନ ସରକାର ତାଙ୍କ ରାଜ୍ୟରେ ଥିବା ଏକ ଲକ୍ଷ ଦଶ ହଜାର ଚୁଲିରିରିକ କର୍ମଚାରୀଙ୍କୁ ନିୟମିତ କରି ପାରିଛନ୍ତି । ଆମ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିରୁ ଭଲ ସ୍ଥିତିକୁ ଆସି ପାରିଛି। ରାଜ୍ୟ ସରକାର ସ୍କାମରେ ଥିବା ଆମ ଭଳି ଚୁକ୍ତିଭିରିକ କର୍ମଚାରୀଙ୍କ ଦ୍ବାରା ବହୁତ ଉନ୍ନତି ମୂଳକ କାର୍ଯ୍ୟ କରି କେନ୍ଦ୍ର ଓ ବିଶ୍ବସ୍ତର ରେ ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ଆମକୁ ସ୍ଥାୟୀ ନିଯୁକ୍ତି ଦେବାରେ କୁଣ୍ଠାବୋଧ ନ କରିବା ପାଇଁ ଆମେ ଦୃଢ଼ ଦାବୀ କରୁଛୁ। ଏ ସମ୍ପର୍କରେ ସରକାରଙ୍କୁ ଆମେ ବାରମ୍ବାର ନିବେଦନ କରିଆସୁଛୁ । ଏଥିପାଇଁ ଉଚ୍ଚସ୍ତରୀୟ ବିଭାଗୀୟ କମିଟି ଗଠନ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଅଗ୍ରଗତି ହେଇ ପାରୁନାହିଁ।
ଏଣୁ ଆଜି ରାଜ୍ୟର ପ୍ରମୁଖ ଗଣମାଧ୍ଯମ ପ୍ରତିନିଧିମାନଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, 5T ଚେୟାରମେନ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଆସମାନଙ୍କୁ ନିୟମିତ କରିବା ପାଇଁ ଦୃଢ଼ ଦାବୀ କରୁଅଛୁ । ଆମକୁ ଗତ cabinet ପୂର୍ବରୁ ଏବଂ ପୂର୍ବ ରାତି ପର୍ଯ୍ୟନ୍ତ ଆମର demand ପୂରଣ ହେବ ବୋଲି ଖବର ପାଇଥୁଲୁ କିନ୍ତୁ ଓଡିଶା ର ସମସ୍ତ ବିଭାଗ ର ଦାବି ପୂରଣ ହେଇଥିବା ସ୍ଥଳେ ଆମର ଦାବି କିନ୍ତୁ ପୁରଣ ହେଲା ନାହିଁ ଆମ ପ୍ରତି ଅତି ସୟ ଅପମାନ ଜନକ କାମ ହେଲା ଏଣୁ ଏହାର ଜବାବ ରେ ଆମେ ଆମର କାମ ରେ ଅସହଯୋଗ ସହିତ ସରକାରଙ୍କୁ ଜବାବଦେବୁ । ଯଦି ଆଗାମୀ ଦିନରେ ଆମ୍ଭମାନଙ୍କୁ ନିୟମିତ କରା ନ ଯାଏ ତେବେ ଆମ୍ଭେ ବର୍ଭମାନ ଆରମ୍ଭ କରିଥିବା ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନାତ୍ମକ ପନ୍ଥା ଜାରି ରଖିବା ପାଇଁ ବାଧ୍ୟ ହେବୁ।